AI ପ୍ଲେଲିଷ୍ଟ ଜେନେରେଟର୍
AI ପ୍ଲେଲିଷ୍ଟ ଜେନେରେଟର୍ ସାହାଯ୍ୟରେ ପ୍ଲେଲିଷ୍ଟ କିପରି ତିଆରି କରିବେ?
କେବଳ ଆପଣଙ୍କ ପାଇଁ ତିଆରି ଏକ କଷ୍ଟମ୍ ପ୍ଲେଲିଷ୍ଟ ଆବିଷ୍କାର କରିବାକୁ ପ୍ରସ୍ତୁତ କି? କେବଳ ପ୍ଲେଲିଷ୍ଟ ଟ୍ୟାବ୍ ଖୋଲନ୍ତୁ ଓ “AI ପ୍ଲେଲିଷ୍ଟ” ବଟନ୍ ବାଛନ୍ତୁ। ଆପଣ କ'ଣ ଖୋଜୁଛନ୍ତି ତାହା ବର୍ଣ୍ଣନା କରନ୍ତୁ - ଧାରା, ମୁଡ୍, ବାଦ୍ୟଯନ୍ତ୍ର କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ବିବରଣୀ - ଏବଂ AI ତା'ର ଜାଦୁ ଦେଖାଇବ। ଆପଣଙ୍କ ପ୍ଲେଲିଷ୍ଟ ପ୍ରସ୍ତୁତ ହୋଇଗଲେ ଆପଣ ଏକ ନୋଟିଫିକେସନ୍ ପାଇବେ, ଏବଂ ଏହା ପ୍ଲେଲିଷ୍ଟ ଟ୍ୟାବରେ ଦେଖାଯିବ, ଯେଉଁଠି ଆପଣ ମନଭରି ଶୁଣିପାରିବେ।
ପ୍ରମ୍ପ୍ଟର ଉଦାହରଣ
“ମୋ ମନକୁ ହାଲୁକା କରିବାରେ ସାହାଯ୍ୟ କରୁଥିବା, ସ୍ୱପ୍ନିଳ ଭୋକାଲ୍ ଓ ମିନିମାଲିଷ୍ଟିକ୍ ଇଲେକ୍ଟ୍ରୋନିକ୍ ବିଟ୍ ସହ ଏକ ଚିଲ୍ ଇଣ୍ଡି ପ୍ଲେଲିଷ୍ଟ।”
“ମୁଁ ରୋଡ୍ ଟ୍ରିପ୍ ପାଇଁ ଜୋସଭରା କଣ୍ଟ୍ରି ହିଟ୍ସ ଓ ପୁରୁଣା ଦିନ ମନେ ପକାଉଥିବା ସଫ୍ଟ ରକର ଏକ ମିକ୍ସ ଚାହେଁ।”
“ଡେରି ରାତିରେ ପଢ଼ିବା ପାଇଁ ଆମ୍ବିଏଣ୍ଟ ଓ ନିଓ-ସୋଲ୍ ଟ୍ରାକର ଏକ ଶାନ୍ତିଦାୟକ ମିଶ୍ରଣ।”
ଆପଣଙ୍କ ଭାଇବ୍ ସହ ମେଳ ଖାଉଥିବା ଗୀତର ଏକଦମ୍ ସଠିକ୍ ମିକ୍ସ ପାଇବା ପାଇଁ ବିଭିନ୍ନ ପ୍ରମ୍ପ୍ଟ ସହ ପରୀକ୍ଷା କରନ୍ତୁ। ଆପଣ ହାଇ-ଏନର୍ଜି ଟ୍ରାକ୍ ଚାହାନ୍ତୁ କିମ୍ବା ଆରାମଦାୟକ ଚିଲ୍-ଆଉଟ୍ ଧୁନ୍, AI ପ୍ଲେଲିଷ୍ଟ ଜେନେରେଟର୍ ଆପଣଙ୍କ ପାଇଁ ବିଶେଷ ଭାବେ ବଛାଯାଇଥିବା ଗୀତ ସିଧା ଆପଣଙ୍କ ହାତପାହାନ୍ତାରେ ଆଣିଦେବ। ମ୍ୟୁଜିକ୍ ଉପଭୋଗ କରନ୍ତୁ!